ଉତ୍ତର ପ୍ରଦେଶରେ କରୋନା କହର: ୧୨ରୁ ଅଧିକ ଆଇଏଏସ୍ ଅଧିକାରୀ ସଂକ୍ରମିତ

Published By : Prameya-News7 Bureau | April 14, 2021 IST

ନୂଆଦିଲ୍ଲୀ ୧୪/୪: ଦିଲ୍ଲୀ ଭଳି ୟୁପିରେ ହୁହୁ ହୋଇ ମାଡିଚାଲିଛି ମହାମାରୀ ।  ମହାମାରୀ ପ୍ରଶାସନିକ ସେବାରେ ପ୍ରବେଶ କରିଛନ୍ତି । ଯୋଗୀ ସରକାରଙ୍କ ୧୨ରୁ ଅଧିକ ଆଇଏସଏସ ଅଧିକାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟାରେ ଆଇଏଏସ୍ ଅଧିକାରୀ ସଂକ୍ରମିତ ହେବା ପରେ ଭୟର ବାତାବରଣ ଖେଳିଯାଇଛି ।

  ଅର୍ଥ ସଚିବ ସଂଜୟ କୁମାର ଓ ସ୍ୱତନ୍ତ୍ର ସଚିବଙ୍କ ସମେତ ଅର୍ଥ ବିଭାଗର ପାଖାପାଖି ୨୦ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ରାଜସ୍ୱ ପରିଷଦର ଅଧ୍ୟକ୍ଷ ଦୀପକ ତ୍ରିବେଦୀ, କୃଷି ବିଭାଗର ପ୍ରମୁଖ ସଚିବ ଦେବେଶ ଚତୁର୍ବେଦୀ, ସଂଖ୍ୟାଲଘୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବିଏଲ୍ ମୀନା, ଉଚ୍ଚ ଶିକ୍ଷା ବିଭାଗର ଏସସିଏସ୍ ଡ ରଜନୀଶ ଦୁବେ, ସିଏମ୍ କାର୍ଯ୍ୟାଳୟର ପ୍ରମୁଖ ସଚିବ ଏସ୍‌ପି ଗୋୟଲ, ଶ୍ରମ ବିବାଗର ଉପର ସଚିବ ସୁରେଶ ଚନ୍ଦ୍ରା, ଉଚ୍ଚ ଶିକ୍ଷା ବିଭାଗର ଏସିଏସ୍ ଆରାଧନା ଶୁକ୍ଲା, ଖାଦ୍ୟ ବିଭାଗର ସଚିବ ବୀଣା କୁମାରୀ, ଜଳସେନଚ ବିଭାଗର ସଚିବ ଅନିଲ ଗର୍ଗ ଓ ସ୍ୱତନ୍ତ୍ର ସଚିବ ପ୍ରଶାନ୍ତ ଶର୍ମାଙ୍କ ସମେତ ମୁଖ୍ୟ ସଚିବଙ୍କ ଷ୍ଟାଫ କର୍ମଚାରୀ ଅମୃତ ତ୍ରିପାଠୀ ଓ ହମୀରପୁର ସମେତ ୩ ଜିଲ୍ଲାପାଳଙ୍କୁ କରୋନା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.