ଭୟାବହ ଅଗ୍ନିକାଣ୍ଡ, ୫ଟି ପରିବାରର ୧୨ବଖରା ଘର ପୋଡି ପାଉଁଶ

Published By : Prameya-News7 Bureau | February 23, 2020 IST

ଟାଙ୍ଗୀ ୨।୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ବଡପାରୀ ଗାଁରେ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୧୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

{"id":228021,"sizeSlug":"large"}

ଗତକାଲି ବିଳମ୍ବିତ ରାତିରେ ହଠାତ୍ ଅଗ୍ନିକାଣ୍ଡ ହୋଇଥିଲେ ମଧ୍ୟ ଦୀର୍ଘ ସମୟ ପରେ ମଧ୍ୟ ସରକାରୀ ସହାୟତା ପହଞ୍ଚି ପାରିଲାନାହିଁ । ଦମକଳ ବାହୀନି ନିଆଁକୁ ଆୟତ କରିଥିଲେ ମଧ୍ୟ ଘରର ଆସବାବପତ୍ର, ଧାନଚାଉଳ, ଲୁଗାପଟା ପୋଡି ପାଉଁଶ ହୋଇଯାଇଛି । ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.