ହୁତୁ ହୁତୁ ହୋଇ ଜଳିଗଲା ୧୨ ବଖରା ଘର, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

Published By : Prameya-News7 Bureau | January 22, 2021 IST

ଅନୁଗୋଳ୨୨/୧: ହୁତୁ ହୁତୁ ହୋଇ ଜଳିଗଲା ୧୨ ବଖରା ଘର। ଅନୁଗୋଳ ତାଳଚେର କିଶୋରଗଞ୍ଜ ପାଟଣା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ତାଳଚେର ମ୍ୟୁନସିପାଲଟି କିଶୋରଗଞ୍ଜ ପାଟଣା ୧୦ ନମ୍ବର ଓ୍ବାର୍ଡରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡଷର ୧୨ ବଖରା ଘର ପୋଡିଜଳି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣା ପଡ଼ିନାହିଁ।

ଅଗ୍ନିଶମ ବିଭାଗର କର୍ମଚାରୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ତୀର୍ଥ କାଓର, କାହ୍ନୁଚରଣ ସାହୁ, ସୁବାଷ ସାହୁ ଏବଂ ସନ୍ତୋଷ ଦାସଙ୍କ ଘର ସମ୍ପୂର୍ଣ୍ଣ ଜାଳି ଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ସେମାନଙ୍କୁ ପ୍ରାରମ୍ଭିକ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.