ଆଜି ପୁଣି ୧୨ ଘଣ୍ଟିଆ ତାଳଚେର ବନ୍ଦ, ସମସ୍ତ କୋଇଲା ଖଣିରେ ଉତ୍ପାଦନ ଏବଂ ପରିବହନ ଠପ୍

Published By : Prameya-News7 Bureau | April 08, 2021 IST

ତାଳଚେର ୮।୪: ଆଜି ପୁଣି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦେଇଛି ତାଳଚେର କ୍ରିୟାନୁଷ୍ଠାନ କମିଟି । ତାଳଚେରର ସମସ୍ତ କୋଇଲା ଖଣିରେ ଉତ୍ପାଦନ ଏବଂ ପରିବହନ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଚାଲିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ମିଳିଛି ।

{"id":434891,"sizeSlug":"large","linkDestination":"none"}

ରାଷ୍ଟ୍ରାୟତ ଉଦ୍ୟୋଗ NTPC, NALCO ଏବଂ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାକୁ ଟ୍ରେନ ଏବଂ ଟ୍ରକ୍ ଯୋଗେ କୋଇଲା ପରିବହନ ବନ୍ଦ ରହିଛି । ବନ୍ଦକୁ ସମର୍ଥନ ଜଣାଇଛନ୍ତି ତାଳଚେର ବାର ଆସୋସିଏସନ, ତାଳଚେର ଟ୍ରକ୍ ମାଲିକ ସଂଘ, ତାଳଚେର ବସ୍ ମାଲିକ ସଂଘ ଏବଂ ତାଳଚେର ସାମ୍ବାଦିକ ସହ ଅନ୍ୟାନ୍ୟ ସଂଗଠନ । TTPS  ଫେଜ ୨ର ସମୟ ଅବଧି ଥାଇ ମଧ୍ୟ ବନ୍ଦ କରାଯାଇଛି, ତାକୁ ପୁନଃ ଚାଲୁ କରାଯାଇ ଶ୍ରମିକମାନଙ୍କୁ ନିଯୁକ୍ତି ଦେବା ମୁଖ୍ୟ ଦାବି ରହିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୬ ତାରିଖରେ ଏହି କ୍ରିୟାନୁଷ୍ଠାନ କମିଟି ୪ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିଥିଲେ । ଆଜି ପୁଣି ୧୨ ଘଣ୍ଟିଆ ତାଳଚେର ବନ୍ଦ କରିବା ସହ ଅର୍ଥନୈତିକ ଅବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.