ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ବିନିକା ବନ୍ଦ
13/08/2018 at 5:44 AM

ସୁବର୍ଣ୍ଣପୁର ୧୩/୮ : ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ବନ୍ଦ ପାଳନ । ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ବନ୍ଦ ଡାକରା ଦେଇଛି କଂଗ୍ରେସ । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ସମସ୍ତ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ ବନ୍ଦ ରହିଛି । ତେବେ ଦୋକାନ ବଜାର ଓ ଯାନବାହନ ଚଳାଚଳ ସ୍ୱାଭାବିକ ରହିଛି । ସମାନ ଦାବିରେ ଗତ ୧୧ ତାରିଖରେ ବନ୍ଦ ପାଳନ କରିଥିଲା ବିଜେପି ।