ଶ୍ରୀଜୀଉଙ୍କୁ ୧୨ ଘଣ୍ଟା କବାଟ କିଳିବା ଘଟଣା: ୨୪ ଘଣ୍ଟା ପରେ ବି ହେଲାନି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଗଜପତି ଟାର୍ଗେଟ କଲେ ରାଜ୍ୟ ସରକାରଙ୍କୁ

Published By : Prameya-News7 Bureau | December 29, 2018 IST

ଭୁବନେଶ୍ବର ୨୯|୧୨: ଶ୍ରୀମନ୍ଦିରରେ ଗତକାଲି ଘଟିଥିବା ଘଟଣାର ତନାଘନା ଆରମ୍ଭ କରିଥିବା ପ୍ରଶାସନ କହିଛି। ତେବେ ଏହି ତନାଘନା କେବଳ ବାକ୍ୟରେ ନା କାର୍ଯ୍ୟକେରେ ସେନେଇ ସ୍ପଷ୍ଟ ହୋଇପାରିନାହିଁ। କାରଣ ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ବି ଏଯାଏଁ ନା କାହାକୁ ଗିରଫ କରାଯାଇଛି ନା କାହାକୁ ଦାୟୀ କରାଯାଇଛି । ସେପଟେ ଗତକାଲି ପ୍ରେସବିବୃତିରେ ପ୍ରତିକ୍ରିୟା ରଖିଥିବା ଗଜପତି ମହାରାଜ ଆଜି ମୁହଁଖୋଲିଛନ୍ତି। ଆକ୍ଷେପ କରିଛନ୍ତି  ସରକାରଙ୍କୁ। ….

{"id":68530}

୧୨ ଘଣ୍ଟା କବାଟ କିଳିଲେ। ୧୨ ଘଣ୍ଟା ବନ୍ଦ କଲେ ଶ୍ରୀଜୀଉଙ୍କୁ। ୧୨ ଘଣ୍ଟା ଚାଲିଲା ଆତଙ୍କରାଜ। ୧୨ ଘଣ୍ଟା ଚାଲିଲା ମନମାନି ଆଉ ଅହଂକାରର ରାଜୁତି। ହେଲେ ୨୪ ଘଣ୍ଟା ବିତିଯାଇଥିଲେ ବି ଏଯାଏଁ ଏହି ଘଟଣା ପାଇଁ କିଏ କିଏ ଦାୟୀ ତାହା ସ୍ପଷ୍ଟ ହେଲାନି । କାହିଁକି ପ୍ରଶାସନ ଏତେ ଅସହାୟ ହୋଇଯାଇଛି। ଗତକାଲି ୧୨ ଘଣ୍ଟା ଭିତରେ ଥରୁଟିଏ ବି ଦେଖାଦେଇନଥବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଆଜି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଏହା ଦୁଃଖଦ ଘଟଣା।  କୁଆଡ଼େ ପଶ୍ଚାତାପ କରୁଛନ୍ତି। ଘଟଣାର ତଦନ୍ତ ହେବ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

{"id":68531}

ମୁଖ୍ୟ ପ୍ରଶାସକ ତ ଦୁଃଖୀତ କହିଲେ କିନ୍ତୁ ଏହି ଘଟଣାକୁ ନେଇ ଓଡ଼ିଶା କେତେ ବ୍ୟଥିତ ହୋଇଛି। ଯେଉଁ କଳଙ୍କିତ ଇତିହାସ ଏବେ ଶ୍ରୀମନ୍ଦିରରେ ଗୋଟିଏ ପରେ ଗୋଟିଏ ଯୋଡ଼ି ହେଉଛି ସେସବୁକୁ ଓଡ଼ିଆମାନେ କେମିତି ଗ୍ରହଣ କରୁଛନ୍ତି। ଯେଉଁମାନେ ଓଡ଼ିଶା ବାହାରେ ନିଜକୁ ଓଡିଆ ବୋଲି ପରିଚୟ ଦେଉଛନ୍ତି ସେମାନେ ବି କ୍ଷୋଭ ପ୍ରକାଶ କରୁଛନ୍ତି।

{"id":68532}

ଘଟଣାକୁ ନେଇ ଗତକାଲି ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ଗଜପତି ମହାରାଜ ପ୍ରେସ ବିବୃତିରେ ଦୁଃଖ ପ୍ରକାଶ କରିଥିଲେ। ଆଜି ମୁହଁ ଖୋଲିଛନ୍ତି, ପରୋକ୍ଷରେ ଆକ୍ଷେପ କରିଛନ୍ତି ସରକାରଙ୍କୁ ପ୍ରଶାସନକୁ ।  ବର୍ତ୍ତମାନ ଶାସକଙ୍କ ଯୋଗୁଁ ଧର୍ମ ଅବକ୍ଷୟମୂଖୀ, ବର୍ତ୍ତମାନ ସରକାର ଶ୍ରୀମନ୍ଦିର ପରିଚାଳନାକୁ ନିଜର  ପ୍ରାଥମିକତା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦରକାର ବୋଲି ଭୁବନେଶ୍ବରରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଗଜପତି ପ୍ରତିକ୍ରିୟା ଦେଇ କହିଛନ୍ତି ।

ଶ୍ରୀମନ୍ଦିର ଇତିହାସରେ ଗୋଟିଏ ପରେ ଗୋଟିଏ କଳଙ୍କିତ ଘଟଣା ଯୋଡ଼ିହାବେରେ ଲାଗିଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏସବୁ ପାଇଁ କାହାକୁ ଦାୟୀ କରାଯାଉନାହିଁ କି କାହା ବିରୋଧରେ ଦଣ୍ଡ ବିଧାନ ହେଉନାହିଁ। ତେଣୁ ଆଗକୁ ଆହୁରି ଯେ ଏମିତି ଘଟଣା ନ ଘଟିବ ତାର ଗ୍ୟାରେଣ୍ଟି କିଏ ଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.