ବିଧାୟକଙ୍କ ଗିରଫ ଦାବିରେ ୧୨ଘଣ୍ଟିଆ ରାଜକନିକା ବନ୍ଦ

Published By : Prameya-News7 Bureau | August 02, 2018 IST

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ପ୍ରଥମ ସହିଦ ବାସୁବିସୁନି ଯିଏ ୧୯୨୨ ମସିହା ଅପ୍ରେଲ ୨୩ତାରିଖ ରେ ଇଂରେଜମାନଙ୍କ ଗୁଳିରେ ପ୍ରାଣବଳୀ ଦେଇଥିଲେ। ତାଙ୍କ ସହିଦ ପିଠରୁ ଆଜି ମାଟିନେବା ପାଇଁ ସ୍ଥିରିକୃତ ହୋଇଥିଲା । ଏହାର ଦାୟିତ୍ବ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ରାଜ୍ୟ ସରକାର ଦାୟିତ୍ବଦେଇଥାନ୍ତେ । ଏଥତ୍ପାଇଁ ସହିଦ ସ୍ମତିସଂସଦ ତରଫରୁ କନିକାରେ ଏକ ଉତ୍ସବରୂପେ ପାଳନ କରି କନିକାରୁ ଭୁବେନଶ୍ବର ଯାଏ ସସମ୍ମାନେ ପରିକ୍ରମା କରି କନିକାର ସମସ୍ତ ସ୍ବାଧୀନତା ସଂଗ୍ରାମୀ ଙ୍କ ପରିବାରକୁ ସମ୍ବର୍ଦ୍ଧନା ଦେବା ପାଇଁ ଯୋଜନା କରାଯାଇଥାନ୍ତା । କିନ୍ତୁ କନିକାବାସୀ ଙ୍କ କହିବା ଅନୁଯାୟୀ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ତାଙ୍କ ସହଯୋଗୀ ମାନଙ୍କ ଦ୍ବାରା ଗୋପନରେ ମାଟି ସହୀଦ ପୀଠରୁ ଭୁବନେଶ୍ବରକୁ ପଠାଇଛନ୍ତି ବୋଲି ଅଭିଯୋଗ କରିଛି ।ଏହାର ପ୍ରତିବାଦରେ କନିକାବାସୀ ଙ୍କ ତରଫରୁ ଆଜି ୧୨ ଘଟିଂଆ କନିକା ବନ୍ଦ ଡାକରା ଦିଆଯାଇଛି । ସଖାଳ ୬ ଟାରୁ ସନ୍ଧ୍ୟା ୬ ଟା ପଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଏହାର ପ୍ରଭାବରେ ସମସ୍ତ ଗାଡି ଚଳାଚଳ ଠପ୍ ହେବା ସହିତ ଦୋକାନ ବଜାର ବନ୍ଦ ରହିଛି।କନିକାବାସୀଙ୍କ ଦାବି ଆଉଥରେ ସସମ୍ମାନେ ସହିଦ ଙ୍କ ପୀଠରୁ ମାଟି ସଂଗ୍ରହ କରାଯାଉ ।ସହିଦ ଙ୍କୁ ଅସମ୍ମାନ କରିଥିବାରୁ ବିଧାୟକ ଅତନୁ ସବ୍ୟସାଚୀଙ୍କୁ ଗିରଫ କରାଯାଉ। କ୍ରାନ୍ତି ଦିବସ ଅବସରରେ ଅଗଷ୍ଟ ୯ ତାରିଖରେ ରାଜ୍ୟ ସରକାର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ମାଟି ନେଇ ସ୍ମୃତି ସ୍ତମ୍ଭ ସ୍ଥାପନର ଯୋଜନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.