୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ : ୧୬ଦଫା ଦାବିରେ ବନ୍ଦ ଡାକରା ଦେଇଛି ବିଜେପି

Published By : Prameya-News7 Bureau | October 25, 2021 IST

ବାରିପଦା ୨୫।୧୦: ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ। ବିଜେପି ପକ୍ଷରୁ ୧୬ ଦଫା ଦାବି ନେଇ କରାଯାଇଥିବା ଏହି ବନ୍ଦ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଗାଡିମଟର, ଦୋକାନ ବଜାର ସବୁ ବନ୍ଦ ରହିଥିବା ଦେଖାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି ।

{"id":532737,"sizeSlug":"full","linkDestination":"none"}

ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦାକୁ ଏକ ସରକାରୀ କାର୍ଯ୍ୟକ୍ରମରେ ଆସିଥିଲେ। କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ହେଲିପ୍ୟାଡଠାରେ ବିଜେପି ଏବଂ ଜେଏମଏମ ପକ୍ଷରୁ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଥିଲେ । ସେହି ସମୟରେ ବିଜେପି ଏବଂ ଜେଏମଏମ କର୍ମୀଙ୍କୁ ବିଜେଡି କର୍ମୀଙ୍କ ଦ୍ଵାରା ନିସ୍ତୁକ ମାଡ ମରାଯାଇଥିବା ଘଟଣା ସହିତ ମୟୂରଭଞ୍ଜ ଜିଲ୍ଲାର ଉନ୍ନତି ପାଇଁ ୧୬ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ବିଜେପି ।

{"id":532738,"sizeSlug":"full","linkDestination":"none"}

ସକାଳ ୬ଟାଠାରୁ ବିଜେପିର ମହିଳା ଯୁବ ମୋର୍ଚ୍ଚା ସହିତ ଜିଲ୍ଲାର ଅନେକ ଆଗ ଧାଡ଼ିର ବିଜେପି ନେତା ବାରିପଦା ସହରର ୧୮ ନଂ ଜାତୀୟ ରାଜପଥରେ ପିକେଟିଂ କରିବା ସହ ରଜପଥ ଅବରୋଧ କରିଛନ୍ତି । ତେଣୁ ବାରିପଦା ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତା ଖାଁ ଖାଁ ରହିଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.