୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ, ବିରୋଧୀଙ୍କ ଉପରେ ଆକ୍ରମଣର ପ୍ରତିବାଦ

Published By : Prameya-News7 Bureau | November 03, 2021 IST

କୁଚିଣ୍ଡା ୦୩।୧୧:  ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିରୋଧୀଙ୍କ ଆକ୍ରମଣ ପ୍ରତିବାଦରେ ବନ୍ଦ ଡାକରା । ଆଇନ ଶୃଙ୍ଖଳା ଦୃଷ୍ଟିରୁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

{"id":537661,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ, କଂଗ୍ରେସ ଓ ବିଜେପି ପକ୍ଷରୁ କର୍ମୀ ମାନେ ପ୍ରତିବାଦ କରୁଥିଲେ । ଏହି ସମୟରେ ବିଜେଡି କର୍ମୀଙ୍କ ଦ୍ବାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ଯୁବ କଂଗ୍ରେସ ନେତା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହାର ପ୍ରତିବାଦରେ ପୃଥକ ପୃଥକ ଭାବେ ବିଜେପି ଓ କଂଗ୍ରେସ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି।

{"id":537662,"sizeSlug":"full","linkDestination":"none"}

ବନ୍ଦ ଡାକରା ଯୋଗୁଁ କୁଚିଣ୍ଡାରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ବିଭିନ୍ନ ଛକଠାରେ ରାସ୍ତା ଅବରୋଧ କରିଛନ୍ତି। ଏଥି ସହିତ ବିଭିନ୍ନ୍ ସ୍ଥାନରେ ପିକେଟିଂ ସହ ରାସ୍ତା ଅବରୋଧ କରି ବନ୍ଦ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.