Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ମେଡିକାଲ କଲେଜ ଓ ସିଟି ହସ୍ପିଟାଲ ଦାବିରେ ଢେଙ୍କାନାଳ ବନ୍ଦ : ବଜାର ଠପ୍, କୋର୍ଟରେ ତାଲା

14/02/2020 at 12:12 PM

ଢେଙ୍କାନାଳ ୧୪।୨: ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜ ଓ ସିଟି ହସ୍ପିଟାଲ ପ୍ରତିଷ୍ଠା ଦାବି ଜୋର ଧରିଛି । ଏପରିକି ଆଜି ନାଗରିକ କ୍ରିୟାନୁଷ୍ଠାନ କମିଟି ଡାକରାରେ ଢେଙ୍କାନାଳ ବନ୍ଦ କରାଯାଇଛି । ଏଥିରେ ଓକିଲ ସଂଘଠାରୁ ଆରମ୍ଭ କରି ଜିଲ୍ଲା ସାମ୍ବାଦିକ ସଂଘ, ବାଣିଜ୍ୟ ସଂଗଠନ, ମିଳିତ ବଜାର କମିଟି, ଘରୋଇ ବସ୍ ମାଲିକ ସଂଘ ସମେତ ଜିଲ୍ଲାର ସମସ୍ତ ସଂଗଠନ ଓ ରାଜନୈତିକ ଦଳ ସାମିଲ ହୋଇଛନ୍ତି ।

ସକାଳ ୬ଟାରୁ ଏହି ୧୨ଘଣ୍ଟିଆ ବନ୍ଦ ଡାକରାରେ ବିଭିନ୍ନ ସଂଗଠନଙ୍କ ସହ ଜନସାଧାରଣ । ସମର୍ଥନ ଦେଇ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଢେଙ୍କାନାଳ ସହରର ସମସ୍ତ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନକାରୀ ତାଲା ପକାଇ ଦେବାସହ ସ୍କୁଲ କଲେଜଠାରୁ ସରକାରୀ ବେସରକାରୀ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସବୁ ଅଚଳ କରିଦେଇଛନ୍ତି।

ସେପଟେ କଲେଜ ବାଏପାସ, କୋରିଆଁ ଓ ମହିଶାପାଟ ଛକରେ ଏନଏଚ-୫୫କୁ ଆନ୍ଦୋଳନକାରୀମାନେ ଅବରୋଧ ଜାରି ରଖିଛନ୍ତି । ଫଳରେ ଜାତୀୟ ରାଜପଥ ସମେତ ଢେଙ୍କାନାଳ ସହର ଦେଇ ସମସ୍ତ ଗାଡି ଚଳାଚଳ ଏକଦମ୍ ଠପ୍ ହୋଇଯାଇଛି । କେବଳ ରେଳ ଚଳାଚଳକୁ ବାଦ ଦିଆଯାଇଛି ।

ତେବେ ସହର ମଧ୍ୟରେ ଦଳ ଦଳ ହୋଇ ଆନ୍ଦୋଳନକାରୀ ପିକେଟିଂ କରୁଥିବା ଦେଖାଯାଇଛି। କହିବାକୁ ଗଲେ ଏହି ବନ୍ଦ ଡାକରାକୁ ଜିଲ୍ଲାବାସୀ ପୂର୍ଣ୍ଣ ସମର୍ଥନ କରୁଥିବାରୁ ଢେଙ୍କାନାଳରେ ସାଧାରଣ ଜୀବନ ଯାତ୍ରା ଠପ୍ ହୋଇଯାଇଥିବା ପରିଲକ୍ଷିତ ହୋଇଛି।

   Related Posts