Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟେଲିଫୋନ୍ ସେବା ଠପ୍ ପ୍ରତିବାଦରେ ୧୨ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ

23/07/2019 at 12:57 PM

ମାଲକାନଗିରି ୨୩|୭: ୧୨ ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ । ବିଏସଏନଏଲ ଟେଲିଫୋନ ସେବା ଠିକ୍ ଭାବେ କାମ କରୁନଥିବା ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ଚିତ୍ରକୋଣ୍ଡାର ଜନସାଧରଣ ଓ ବିଭିନ୍ନ କ୍ଲବ୍ ପକ୍ଷରୁ ଏହି ବନ୍ଦ ପାଳନ କରିଛନ୍ତି । ବନ୍ଦ ପାଳନ ଯୋଗୁଁ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି । ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଫଳରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଚିତ୍ରକୋଣ୍ଡାଠାରେ ଥିବା ଏକ ମାତ୍ର ଟେଲିଫୋନ ସେବା  ବିଏସଏନଏଲ ଠିକ୍ ଭାବେ କାର୍ଯ୍ୟ କରୁନଥିବାରୁ ଲୋକେ ବନ୍ଦ ପାଳନ କରିଛନ୍ତି ।

   Related Posts