ଝାରସୁଗୁଡାରେ କ୍ୟାନସର ହସ୍ପିଟାଲକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ; ଯାତ୍ରୀ ହନ୍ତସନ୍ତ

Published By : Prameya-News7 Bureau | January 23, 2019 IST

ବ୍ରଜରାଜନଗର ୨୩/୧ : ଆଜି ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ । ଝାରସୁଗୁଡାରେ କ୍ୟାନସର ହସ୍ପିଟାଲ ଶିଳାନ୍ୟାସକୁ ବିରୋଧ କରି ବିଜେପି ନାଗରିକ ସଚେତନ ମଞ୍ଚ ବନ୍ଦ ପାଳନ କରିଛି । ବ୍ରରାଜନଗର, ବେଲପାହାଡ ଓ ଲଖନପୁର ବ୍ଲକରେ ବନ୍ଦ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ପିକେଟିଂ କରୁଛନ୍ତି । ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରହିଛି । ଗାଡି ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ବ୍ରଜରାଜନଗର ଖଣି ଅଞ୍ଚଳରେ କ୍ୟାନସର ହସ୍ପିଟାଲ କରିବାକୁ ଦାବି କରିଛି ବିଜେପି ନାଗରିକ ମଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.