Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||

୮ଦଫା ଦାବିନେଇ ଆଜି ୧୨ଘଣ୍ଟିଆ ଭୂବନ ବନ୍ଦ

5/10/2018 at 9:46 AM

ଢେଙ୍କାନାଳ ୫/୧୦ : ୮ଦଫା ଦାବିନେଇ ଭୂବନ ବିଜେପି ଯୁବମୋର୍ଚ୍ଚା ତରଫରୁ ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ୧୨ଘଣ୍ଟିଆ ଭୂବନ ବନ୍ଦ ଡାକରା ଦିଆଯାଇଛି । ଅଞ୍ଚଳର ମୈାଳିକ ସମସ୍ୟାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ବାରମ୍ବାର ସରକାରଙ୍କ ଠାରୁ ଆରମ୍ଭ କରି ବିଭନ୍ନ ରାଜନେତା ଯାଏଁ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ । ଯାହା ଫଳରେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି । ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ସକାଳୁ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ କରାଇବା ସହ ରାସ୍ତାକୁ ମଧ୍ୟ ଅବରୋଧ କରିଛନ୍ତି । ଯାହା ଫଳରେ ଗମନାଗମନ ସଂପୂର୍ଣ ଠପ ହୋଇଯାଇଛି । ମୁଖ୍ୟତଃ ଭୂବନକୁ ସବଡିଭିଜନର ମାନ୍ୟତା, ବସଷ୍ଟାଣ୍ଡ ଉନ୍ନତିକରଣ ଓ ସମ୍ପ୍ରସାରଣ, ଅଞ୍ଚଳର ସମସ୍ତ ରାସ୍ତାର ଉର୍ନତି କରଣ, ଏନ୍ଏସିର ସମସ୍ତ ଲାଇଟକୁ ସୈାର ବିଦ୍ୟୁତ କରଣ, ଭୂବନ ଠାରେ ସ୍ଥାୟି ଷ୍ଟାଡିୟମ ନିର୍ମାଣ, ସ୍ମଶାନ ଘାଟର ଉର୍ନତି, ସ୍ଥାନିୟ ଅନନ୍ତପୂର ଛକଠାରୁ ବାଟତାରେଣି ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ଆଦି ଦାବିନେଇ ବନ୍ଦ ଡାକ ରାଦିଆଯାଇଛି ।

   Related Posts