ହୀରାକୁଦରେ ୧୨ଘଣ୍ଟିଆ ବନ୍ଦ ପାଳନ

Published By : Prameya-News7 Bureau | January 20, 2020 IST

ସମ୍ବଲପୁର ୨୦।୦୧-  ଆଜି ହୀରାକୁଦରେ ୧୨ଘଣ୍ଟିଆ ବନ୍ଦ ପାଳନ କରିଛି ହୀରାକୁଦ ମେହେନ୍ତର ସଂଘ । ଏମିତିରେ ସହରର ଦୋକାନବଜାର, ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ୩ମାସ ହେଲା ଦରମା ମିଳିନଥିବା, ଦରମାରୁ କଟୁଥିବା ଇପିଏଫ୍‌ ଓ ଏଏସଆଇ ଅର୍ଥ ଆକାଉଣ୍ଟରେ ଜମା ହେଉନଥିବା ଆଦି ପ୍ରତିବାଦରେ ସଫେଇ କର୍ମଚାରୀମାନେ ଧାରଣାରେ ବସିଛନ୍ତି ।

{"id":213841,"sizeSlug":"large"}

ସଫେଇ କର୍ମଚାରୀଙ୍କୁ ନିୟୋଜିତ କରିଥିବା ଠିକା ସଂସ୍ଥା ହୀରାକୁଦ ମହାନଗର ନିଗମରୁ ଟଙ୍କା ଉଠାଇ ନେଇଥିଲେ ମଧ୍ୟ ସଫେଇ କର୍ମଚାରୀଙ୍କୁ ଦରମା ଦେଉନାହାନ୍ତି । ଏମିତିକି କର୍ମଚାରୀମାନେ କେତେ ଟଙ୍କା ଦରମା ପାଉଛନ୍ତି ସେନେଇ ଠିକା ସଂସ୍ଥା କୌଣସି ପେ-ସ୍ଲିପ୍‌ ଦେଉନାହାନ୍ତି । ସଫେଇ କର୍ମଚାରୀଙ୍କ ଦରମାରୁ ଟଙ୍କା କଟୁଥିଲେ ମଧ୍ୟ ତାହା ସେମାନଙ୍କ ଇପିଏଫ୍‌ ଓ ଏଏସଆଇ ଆକାଉଣ୍ଟରେ ଜମା ହେଉନାହିଁ ।

 ଏମିତିରେ ସେମାନଙ୍କ ପ୍ରାପ୍ୟ ଅର୍ଥକୁ ସଂପୃକ୍ତ ଠିକାସଂସ୍ଥା ହରିଲୁଟ୍‌ କରୁଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ କି ହୀରାକୁଦ ମହାନଗର ନିଗମ କୌଣସି ପଦକ୍ଷେପ ନେଉନଥିବାରୁ ସଫେଇ କର୍ମଚାରୀମାନେ ଆଜି ହୀରାକୁଦ ବନ୍ଦ ଡାକରା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.