ସୁବର୍ଣ୍ଣପୁର ୨୩।୧୧: ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ୧୨ ଘଣ୍ଟିଆ ବନ୍ଦ । ଉଲୁଣ୍ଡାରେ ସବ୍ ରେଜିଷ୍ଟର ଅଫିସ ସ୍ଥାପନ ଦାବିରେ ଆନ୍ଦୋଳନ ଚାଲିଛି। ଆନ୍ଦୋଳନ ଲାଗି ଅନେକ ସ୍ଥାନରେ ଯାତାୟତ ଉପରେ ପ୍ରଭାବ ପଡିଛି ।
ଉଲୁଣ୍ଡାରେ ସବ୍ ରେଜିଷ୍ଟର ଅଫିସ ସ୍ଥାପନ ଦାବିରେ ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ଚାଲିବ । ଆନ୍ଦୋଳନ ଯୋଗୁଁ ଆଜି ଉଲୁଣ୍ଡାରେ ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ସହ ସରକାରୀ ଅଫିସ ମଧ୍ୟ ବନ୍ଦ ରହିଛି।