ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ବାଲିଆପାଳ ବନ୍ଦ

Published By : Prameya-News7 Bureau | August 03, 2019 IST

ଜଳେଶ୍ବର ୩|୮:  ଆଜି ବାଲିଆପାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ । ବାଲିଆପାଳ ଉଡକୋଛକ ସ୍ଥିତ ରାଜଧାନୀ ଢାବାରେ ନାବାଳକର ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ବାଲିଆପାଳ ସମେତ ଲଙ୍ଗଳେଶ୍ବର, ନିଖିରା, ଡଗରା ଆଦି ଛକରେ କର୍ମୀମାନେ ପିକେଟିଂ କରୁଛନ୍ତି ।

{"id":140307}

ନାବାଳକ ବିଜୟ ଦଳାଇଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ମା ଅଭିଯୋଗ କରିଥିଲେ । ଢାବା ମାଲିକ ସାବୁଦ୍ଦିନ ସାହା ଏବଂ କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ ମୃତକଙ୍କ ମା । ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ୧୩ଜଣଙ୍କୁ ଗିରଫ କରିଛି । ଏହା ନେଇ ଲୋକଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଉ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.