ଆଜି ୧୨ ଘଣ୍ଟିଆ ଆଠମଲ୍ଲିକ ବନ୍ଦ
30/07/2018 at 5:40 AM

ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ବିକାଶ ବିକାଶ ମଂଚ ନିଷ୍ପତ୍ତି କ୍ରମରେ ଆଜି ଆଠମଲିକ ବନ୍ଦ ରହିଛି | ସକାଳ ୫ଟା ରୁ ସନ୍ଧ୍ୟା ୫ଟା ପଯ୍ୟନ୍ତ ବନ୍ଦ ଜାରି ରହିବ | ଏହି ୧୨ ଘଟିଆ ବନ୍ଦକୁ ଆଠମଲିକର ସମସ୍ତ ଜନସାଧାରଣ ସମର୍ଥନ ଜଣାଇଛନ୍ତି |
ଯାହାଫଳରେ ଆଜି ଆଠମଲିକର ସମସ୍ତ ଦୋକନ ବଜାର, ସ୍କୁଲ, କଲେଜ, ସରକାରି ବେସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ ବନ୍ଦ ରହିବ ସହିତ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି |
ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ଅଏଡା ପଞୟତର ଓଳଥ ଗ୍ରାମ ଠାରେ ୪କୋଟି ୫୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଆଦର୍ଶ ବିଦ୍ୟାଳୟ ସ୍ତାପନାର ନିଷ୍ପତି ନେବା ପରେ ଓ ଟେଣ୍ତର ପ୍ରକ୍ରିୟା ସମାପ୍ତ ହେବା ପରେ ପୁନଃ ଆଠମଲ୍ଲିକ ବ୍ଲକ ଠାରୁ ୨୨ କିମି ଦୁର କୃତିବାସପୁର ପଂଚାୟତର ବନମାଳିପୁର ଠାରେ ଆଦର୍ଶ ବିଦ୍ୟାଳୟ ନିମାଣ କରିବାକୁ ଅନୁଗୁଳ ଡିଇଓ ଙ୍କ ଚିଠି ଲେଖିବା ଘଟଣାକୁ ନେଈ ଆଠମଲିକରେ ତୁବିତୋଫାନ ଦେଖାଦେଇଛି | ଆଠମଲ୍ଲିକରେ ଏହି ବିଦ୍ୟାଳୟର ଆବଶ୍ୟକତା ଥିଲେ ହେଁ ଏହାକୁ ନଜର ଅନ୍ଦାଜ କରି ସ୍ଥାନୀୟ ବିଧାୟକ ନିଜର ରାଜନୌତିକ ଫାଏଦା ପାଇଁ ବନମାଳିପୁର ଠାରେ ନିମାଣ କରିବାକୁ ପ୍ରୟାସ କରୁଥିବାର ଜନସାଧାରଣକୁ ଜଣାପଡିଲା ପରେ ଏବେ ଆଠମଲ୍ଲିକ ବିଜେଡି ଦଳ ଦୁଇଫାଳ ହେବାର ସୁଚନା ମିଳୁଛି | ଯାହା ଆଗାମୀ ନିର୍ବାଚନରେ ପ୍ରଭାବ ପକାଇପାରେ ବୋଲି ଶୁଣିବାକୁ ମିଳୁଛି |