କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା
22/07/2020 at 7:30 AM

ଅନୁଗୁଳ ୨୨।୦୭: ଅନୁଗୁଳରେ ନଗର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ ରୁ ସନ୍ଧ୍ୟା ୬ ‘ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। ଅନୁଗୁଳ ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣ କୁ ଆଖି ଆଗରେ ରଖି ଶିଳ୍ପ ସଂସ୍ଥା ଗୁଡିକରେ କଣ୍ଟେନମେଣ୍ଟ ଘୋଷଣା ସହ ସଟଡାଉନ ଘୋଷଣା କରିବା ପାଇଁ ଦାବି ରହିଛି ।

ବର୍ତ୍ତମାନ ସୁଧା ଅନୁଗୁଳ ଜିଲ୍ଳାରେ ୨୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କର ମୁତ୍ୟୁ ହୋଇଛି। ତାକୁ ଆଖି ଆଗରେ ରଖି ତୁରନ୍ତ ସଟ୍ଡାଉନ୍ ଘୋଷଣା କରାଯାଉ ବୋଲି ଦାବି ରଖିଛନ୍ତି। କଂଗ୍ରେସ କର୍ମୀ ମାନେ NH55 ରେ ଗାଡି ଚଳାଚଳ କୁ ବନ୍ଦ କରିବା ସହ ଦୋକାନ ବଜାର ବନ୍ଦ କରିଛନ୍ତି। କେବଳ ଅତ୍ୟାବଶ୍ୟକ ସେବା, ଗ୍ରସରି ଦୋକାନ, ଔଷଧ ଦୋକାନ, କ୍ଷୀର ଏବଂ ପନିପରିବା ଦୋକାନ ଖୋଲା ରହିବ ବୋଲି କହିଛନ୍ତି।