୪ଦଫା ଦାବି ନେଇ ୧୨ଘଣ୍ଟିଆ ତାଳଚେର ବନ୍ଦ

Published By : Prameya-News7 Bureau | December 19, 2018 IST

ତାଳଚେର ୧୯|୧୨:  ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଅପରାହ୍ନ ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେଉଛି। ତାଳଚେର ସୁରକ୍ଷା ପରିଷଦ ଏହି ବନ୍ଦ ଡାକରା ଦେଇଛି। ବିଶେଷ କରି ତାଳଚେରକୁ ଧୂଳି ପ୍ରଦୂଷଣରୁ ମୁକ୍ତ କରି ସହର ଦେଇ କୋଇଲା ଗାଡି ଚଳାଚଳ ବନ୍ଦ କରିବା, ତାଳଚେର ସହର ଭୂତଳ ଫମ୍ପା ଯୋଗୁଁ ବାଲି ଭର୍ତ୍ତି କରିବା, ବ୍ରାହ୍ମଣୀ ନଦୀ ଜଳକୁ ସହରର ଆବର୍ଜନା ପାଣି ନଛାଡିବା ଏବଂ ତାଳଚେର ସଦର ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ପ୍ରମୁଖ ୪ ଦଫା ଦାବି ନେଇ ବନ୍ଦ ପାଳନ ହୋଇଛି । ଏହାର ପ୍ରତିବାଦରେ ତାଳଚେରରେ ଗାଡି ଚଳାଚଳ, ଟ୍ରେନ୍, ବସ୍ ଏବଂ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଏହା ସହିତ ତାଳଚେରର ବିଭିନ୍ନ କୋଇଲା ଖଣିକୁ ମଧ୍ୟ ବନ୍ଦ କରୁଛନ୍ତି ଆନ୍ଦୋଳନକାରୀ । ଏହି ବନ୍ଦରେ ସମସ୍ତେ ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.