ରାଉରକେଲାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି ; ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ

Published By : Prameya-News7 Bureau | November 27, 2018 IST

ରାଉରକେଲା ୨୭|୧୧:  ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ । ସକାଳ ୬ଟାରୁ ସଂଧ୍ୟା ୬ଟା ବନ୍ଦ ଡାକରା ଦେଇଛି ରାଉରକେଲା ଓକିଲ ସଂଘ । ରାଉରକେଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ସହ ସ୍ବତନ୍ତ୍ର ରାଜସ୍ବ ଜିଲ୍ଲା ଘୋଷଣା ଦାବିରେ ବନ୍ଦ ଡାକରା ଦିଆଯାଇଛି । ପ୍ରଭାବରେ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଯାନବାହନ ଚଳାଚଳ ପୁରା ଠପ୍ ହୋଇଯାଇଛି । ବନ୍ଦକୁ ସବୁ ରାଜନୈତିକ ଦଳ ଓ ଓକିଲ ସଂଘ ସମର୍ଥନ ଦେଇଛନ୍ତି । ସରକାର ଦାବି ପ୍ରତି ଗୁରୁତ୍ବ ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.