Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରେଙ୍ଗାଲି ବୁଡି ଅଞ୍ଚଳ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଲଲହଡା ବନ୍ଦ

6/12/2018 at 12:00 PM

ପାଲଲହଡା ୦୬|୧୨: ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ । ରେଙ୍ଗାଲି ବୁଡି ଅଞ୍ଚଳ କ୍ଷତିଗ୍ରସ୍ତ ପ୍ରଜା ସଂଘ ଏହି ବନ୍ଦ ପାଳନ କରୁଛି । ବନ୍ଦ ଯୋଗୁଁ ଦୋକାନ, ବଜାର , ଗାଡି ଚଳାଚଳ ପ୍ରଭାବିତ ହୋଇଛି । ଆନ୍ଦୋଳନକାରୀ ଜାତୀୟ ରାଜପଥ ୧୪୯କୁ ଅବରୋଧ  କରିଛନ୍ତି । ଫଳରେ ରାସ୍ତାର ସବୁ ଗାଡି ଅକଟି ରହିଛି । କ୍ଷତିଗ୍ରସ୍ତଙ୍କୁ ଏକର ପିଛା ୫୦ ହଜାର ଟଙ୍କା, ପାଲଲହଡା ଓ ଖମାର ମେଡିକାଲରେ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ପୂରଣ ଦାବି , ପାଲଲହଡାରେ ଅଗ୍ନିଶମ ବିଭାଗ ଅଫିସ, ଖମାରରେ ପୋଷ୍ଟମଟମ ଗୃହ ନିର୍ମାଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ଦାବି ପୂରଣ ପାଇଁ ୨୫ ଦିନ ହେବ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆନ୍ଦୋଳନ କରିଆସୁଛନ୍ତି କ୍ଷତିଗ୍ରସ୍ତ ପ୍ରଜା ସଂଘ ।

   Related Posts