ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ଘଣ୍ଟିଆ ପଦ୍ମପୁର ବନ୍ଦ
26/11/2018 at 9:28 AM

ବରଗଡ ୨୬|୧୧: ଆଜି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦିଆଯାଇଛି । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଦାବିରେ ବନ୍ଦ ଡାକରା ଦେଇଛି ସଚେତନ ନାଗରିକ କମିଟି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ପଦ୍ମପୁରରେ ଗାଡି ଚଳାଚଳ ବନ୍ଦ ରହିଛି । ଏହା ସହ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ଆଗରୁ ବାରମ୍ବାର ପଦ୍ମପୁରକୁ ଜିଲ୍ଲା ଦାବି ହୋଇଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଓଡ଼ିଶାରେ ୧୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲା ଗଠିତ ସମୟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନେଇ ଦାବି ହୋଇଥିଲା । ବର୍ତ୍ତମାନ ମଧ୍ୟ ପଦ୍ମପୁରକୁ ଜିଲ୍ଲା ଦାବି ପାଇଁ ବନ୍ଦ ପାଳନ କରାଯାଉଛି । ତେବେ ପଦ୍ମପୁରକୁ ଜିଲ୍ଲା ଘୋଷଣା ନ କରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ନାଗରିକ କମିଟି ପକ୍ଷରୁ କୁହାଯାଇଛି ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021