୭ ଦଫା ଦାବିରେ ଜେଏମ୍ଏମ୍ ପକ୍ଷରୁ ମୋରଡା ବନ୍ଦ
22/09/2018 at 2:47 PM

ମୟୁରଭଞ୍ଜ ୨୨|୯: ଆଜି ଜେଏମଏମ ପକ୍ଷରୁ ମୋରଡା ବନ୍ଦ କରାଯାଇଛି । ୭ ଦଫା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି । ବନ୍ଦ ପ୍ରଭାବରେ ମୋରଡା ବ୍ଲକ୍ ର ପ୍ରାୟ ସମସ୍ତ ଦୋକାନ ବଜାର ସହିତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ସକାଳୁ ଜେଏମ୍ଏମ୍ କର୍ମୀମାନେ ଜୋରଦାର ପିକେଟିଂ କରିଥିବା ଦେଖିବାକୁ ମିଳିଥିଲା । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ଅଘୋଷିତ ବିଦ୍ୟୁତ୍ କାଟ୍, ହାତୀ ଉପଦ୍ରବ ଯୋଗୁଁ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ, ଶିକ୍ଷା ବ୍ୟବସ୍ଥାରେ ସୁଧାର ସହିତ ମୋରଡାରେ ଗ୍ରାମାଞ୍ଚଳ ଛଉ ଏକାଡେମୀ ପ୍ରତିଷ୍ଠା ଆଦି ଦାବି ରଖିଛି ଜେଏମ୍ଏମ୍ । ବାରମ୍ବାର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଲଗାତର ଭାବେ ମୋରଡା ବନ୍ଦ ପାଳନ କରାଯାଉଥିବାରୁ ବହୁ ଜାଗାରେ ଏହି ବନ୍ଦକୁ ଜନ ସମର୍ଥନ ମିଳିନାହିଁ। ଏପରିକି କିଛି ସ୍ଥାନରେ ଜେଏମ୍ଏମ୍ କର୍ମୀ ଏବଂ ଦୋକାନୀଙ୍କ ମଧ୍ୟରେ ଯୁକ୍ତିତର୍କର ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି ।