ବ୍ଲକ୍ ଅଧ୍ୟକ୍ଷା ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ପଦବୀ ହାତେଇଥିବା ପ୍ରତିବାଦରେ ୧୨ଘଣ୍ଟିଆ ଲମତାପୁଟ ବନ୍ଦ

Published By : Prameya-News7 Bureau | December 24, 2018 IST

ଲମତାପୁଟ ୨୪|୧୨: ଆଜି ୧୨ ଘଣ୍ଟିଆ ଲମତାପୁଟ ବନ୍ଦ । ଆଦିବାସୀ ଜାଗରଣ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ କୁମାରୀ ହନ୍ତାଳ ଜାଲ୍ ଜାତିଗତ ପ୍ରମାଣ ପତ୍ର ଦେଇ ପଦବୀ ହାତେଇଥିବା ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି । ପ୍ରଭାବରେ ସକାଳୁ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ଏହା ସହ ୫୨ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରିଛନ୍ତି ଆଦିବାସୀ ସଂଘ । ଫଳରେ ଲମତାପୁଟ-ଜୟପୁର ଓ ଲମତାପୁଟ-ବିଶାଖାପାଟଣା ଯାତାୟତ ବାଧାପ୍ରାପ୍ତ ହୋଇଛି ।

{"id":66657}

୨୦୧୭ ପଞ୍ଚାୟତ ନିର୍ବାଚନରେ ବ୍ଲକ୍ ଅଧ୍ୟକ୍ଷା ପଦ ଆଦିବାସୀ ସଂରକ୍ଷଣ ଥିଲା । ତେବେ ବନମାଳୀପୁଟ ସମିତି ସଭ୍ୟା ପାଇଁ ଲକ୍ଷ୍ମୀ କୁମାରୀ ହନ୍ତାଳ ୧୨ ବର୍ଷର ପୁରୁଣା ଜାତିଗତ ପ୍ରମାଣପତ୍ର ଦାଖଲ କରି ନିର୍ବାଚନ ଲଢି ବିଜୟୀ ହୋଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ସେ ସାଧାରଣ ବର୍ଗର ବୋଲି ଜଣାପଡିଥିଲା । ଯାହାର ପ୍ରତିବାଦରେ ଆଜି ଲମତାପୁଟ ବନ୍ଦ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.