Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଜିଲ୍ଲା ମାନ୍ୟତା ଦାବିରେ ୧୨ଘଣ୍ଟିଆ ଧର୍ମଗଡ ବନ୍ଦ

27/12/2018 at 8:34 AM

ଧର୍ମଗଡ ୨୭|୧୨: ଆଜି ୧୨ଘଣ୍ଟିଆ ଧର୍ମଗଡ ବନ୍ଦ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ସବ୍ ଡିଭିଜନକୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ମାନ୍ୟତା ଦାବିରେ ଜୁନାଗଡ, ଧର୍ମଗଡ, କୋକସରା, ଜୟପାଟଣା, କଲମପୁର ପ୍ରମୁଖ ବ୍ଲକ୍ ରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ଜୀବନ ଯାତ୍ରା ଠପ୍ ହୋଇଯାଇଛି । ଜାତୀୟ ରାଜପଥ-୨୬କୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ରାସ୍ତାରେ ଅନେକ ଯାନବାହାନ ଅଟକି ରହିଛି । ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

୩୬୦୮ବର୍ଗ କିମି କ୍ଷେତ୍ର ପରିମିତ ଧର୍ମଗଡ ସବ୍ ଡିଭିଜନ ମଧ୍ୟରେ ୬ ଗୋଟି ବ୍ଲକ୍ ଓ ଦୁଇଟି ଏନଏସି ଅନ୍ତଭୁକ୍ତ ପାଖାପାଖି ୯ ଲକ୍ଷ ଲୋକ ଜନସଂଖ୍ୟା । ସାମଗ୍ରିକ ବିକାଶ ପାଇଁ ଜିଲ୍ଲା ଘୋଷାଣା ଦାବିରେ ବନ୍ଦ ଡାକରାକୁ ସମସ୍ତ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ସେହିପରି  ସବ୍ ଡିଭିଜନକୁ ଜିଲ୍ଲା ମାନ୍ୟତାକୁ ସମର୍ଥନ ଜଣାଇ ଜୁନାଗଡ ବ୍ଲକ୍ ବାସୀ ଜୁନାଗଡକୁ ଜିଲ୍ଲା ସଦର ମହକୁମା ଦାବି କରୁଛନ୍ତି । ହାତୀ ନଦୀ ପୋଲ ଉପରେ ଟାୟାର ଜାଳି ଅବରୋଧ କରି ରଖିଛନ୍ତି ।

   Related Posts