ବିସ୍ଥାପିତଙ୍କୁ କ୍ଷତିପୂରଣ ଦାବିରେ ରେଙ୍ଗାଲି ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ ବନ୍ଦ

Published By : Prameya-News7 Bureau | February 18, 2019 IST

ଦେବଗଡ ୧୮|୨:  ୧୨ ଘଣ୍ଟିଆ ଦେବଗଡ ବନ୍ଦ । ବିସ୍ଥାପିତଙ୍କୁ କ୍ଷତିପୂରଣ ଦାବିରେ ରେଙ୍ଗାଲି ବାସଚ୍ୟୁତ ସୁରକ୍ଷା ସମିତିର ଆନ୍ଦୋଳନ କରୁଛନ୍ତି । ଆଜି ସକାଳୁ ପୁରୁଣାଗଡ ଠାରେ ୪୯ ଓ ୫୫ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ୧୨ ଜଣଙ୍କୁ ଗିରଫ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି ।

{"id":86297}

ରେଙ୍ଗାଳି ନଦୀବନ୍ଧ ପାଇଁ ଭିଟାମାଟି ହରାଇଥିବା ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ଉପଯୁକ୍ତ କ୍ଷତିପୂରଣ ମିଳିନଥିବା ଅଭିଯୋଗରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଚଳିତ ମାସ ୫ ତାରିଖରୁ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚାଲିଥିବା ବେଳେ ସଂଗଠନ ପକ୍ଷରୁ୧୧ ତାରିଖରେ ଜେଲଭରୋ ଆନ୍ଦୋଳନ କରାଯାଇଥିଲା ।

{"id":86298}

୨୦୧୦ରେ ମୁଖ୍ୟମନ୍ତ୍ରୀ, ଉଚ୍ଚ ସ୍ତରୀୟ କମିଟି ସହ ଆଲୋଚନା ପରେ ବାସଚ୍ୟୁତ ପରିବାରକୁ ଏକର ପ୍ରତି ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ । ହେଲେ ୯ ବର୍ଷ ବିତିଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜର ଘୋଷଣାରୁ ଓହରି ଯାଇଛନ୍ତି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.