୧୨ଘଣ୍ଟିଆ ବୁର୍ଲା ବନ୍ଦ ; ଭୀମସାର ନିର୍ଦ୍ଦେଶକ ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ, ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରିବାକୁ ବୁର୍ଲା ସଚେତନ ନାଗରିକ ମଞ୍ଚର ଦାବି

Published By : Prameya-News7 Bureau | December 10, 2018 IST

ସମ୍ବଲପୁର  ୧୦|୧୨: ବୁର୍ଲାଭୀମସାର ନିର୍ଦ୍ଦେଶକ ଅଶ୍ବିନୀ ପୂଜହାରୀଙ୍କୁ ସ୍ବାସ୍ଥ୍ୟ ବିଭାଗ ଛୁଟିରେ ଯିବା ସହିତ କାରଣ ଦର୍ଶାଅନୋଟିସ ଜାରି କରିବା ପରେ ବୁର୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିର୍ଦେଶକଙ୍କୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଦିଆ ଯାଇଥିବା ନିର୍ଦେଶ ବିରୋଧରେ ବୁର୍ଲା ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ଘଣ୍ଟିଆବୁର୍ଲା ବନ୍ଦ ଡାକରା ଦିଆଯାଇଛି। ନିର୍ଦ୍ଦେଶକ ବୁର୍ଲା ମେଡିକାଲର ସର୍ବାଙ୍ଗୀନ ଉନ୍ନତି କରିଚାଲିଥିବାବେଳେଜୁନିଅର ଡାକ୍ତରମାନଙ୍କ ଜିଦ ଆଗରେ ହାର ମାନି ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ଛୁଟିରେ ଯିବାକୁ  ନିର୍ଦ୍ଦେଶ ଦେବା ଘଟଣାକୁ ନାଗରିକ ମଞ୍ଚ ଦୃଢ ନିନ୍ଦା କରିଛି। ତୁରନ୍ତ ସରକାର ଏହି ଆଦେଶକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି ଜଣାଇଛି।

{"id":62448}

ଆଜି ସକାଳ ୬ଟା ରୁ ବନ୍ଦର ପ୍ରଭାବଦେଖିବାକୁ ମିଳିଛି। ବୁର୍ଲାର ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ବୁର୍ଲା ସହରରସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଓ ଗାଡି ଚଳାଚଳ ବନ୍ଦ ରହିଛି। ନାଗରିକ ମଞ୍ଚ ର ସଦସ୍ୟ ମାନେସକାଳୁ ସକାଳୁ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ଦେଖାଦେଇଛି। ବୁର୍ଲା ନିକଟ ଦେଇ ଯାଇଥିବାଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ବୁର୍ଲାରେ ସୁରକ୍ଷା ବ୍ୟବସ୍ଥାକୁକଡାକଡି କରାଯାଇଛି। ଜ୍ୟୋତିବିହାର ବିଶ୍ବବିଦ୍ୟାଳୟ, ବୈଷୟିକ ବିଶ୍ବବିଦ୍ୟାଳୟ ଓ ବୁର୍ଲା ମେଡିକାଲକ୍ୟାମ୍ପସ ନିକରରେ ପୋଲିସ ମୁତୟନ କରାଯାଇଛି। ନାଗରିକ ମଞ୍ଚ ସଦସ୍ୟ ଓ ଜୁନିଅର ଡାକ୍ତରମାନଙ୍କ ମଧ୍ୟରେଯେପରି ମୁହାଁମୁହିଁ ପରିସ୍ଥିତି ନଉପୁଜେ ସେଥିପ୍ରତି ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣକରିଛି। ନାଗରିକ ମଞ୍ଚ ପକ୍ଷରୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହକରାଯାଇଛି।

{"id":62449}

ଗୋଟିଏ ପଟେ ଜୁନିଅର ଡାକ୍ତରନିର୍ଦ୍ଦେଶକଙ୍କ ବହିଷ୍କାର ଦାବି କରୁଥିବା ବେଳେ ଅନ୍ୟପଟେ ବୁର୍ଲା ସଚେତନ ନାଗରିକ ମଞ୍ଚ ନିର୍ଦ୍ଦେଶକଙ୍କକାର୍ଯ୍ୟକଳାପ କୁ ସମର୍ଥନ କରିବା ସହ ଜୁନିଅର ଡାକ୍ତରଙ୍କ ଦାବିକୁ ବିରୋଧ କରି ବନ୍ଦ ଡାକରା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.