ସୋହେଲାକୁ ସବ୍ ଡିଭିଜନ୍ ମାନ୍ୟତା ଦାବିରେ ୧୨ଘଣ୍ଟିଆ ବନ୍ଦ ପାଳନ
28/11/2018 at 12:25 PM

ବରଗଡ ୨୮|୧୧: ଆଜି ୧୨ ଘଣ୍ଟିଆ ସୋହେଲା ବନ୍ଦ । ବରଗଡ ଜିଲ୍ଲା ସୋହେଲାକୁ ସବ୍ ଡିଭିଜନ ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ସୋହେଲା ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ବନ୍ଦକୁ ସମସ୍ତେ ସମର୍ଥମ କରିଛନ୍ତି । ବନ୍ଦ ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।