ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ; ଆଜି ଅବିଭକ୍ତ କୋରାପୁଟର ୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ

Published By : Prameya-News7 Bureau | December 18, 2018 IST

କୋରାପୁଟ ୧୮|୧୨:   ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଅବିଭକ୍ତ କୋରାପୁଟର ୪ଟି ଜିଲ୍ଲାରେ ବନ୍ଦପାଳନ । ଜିଲ୍ଲାର ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ତେବେ ଏହି ବନ୍ଦକୁ ବିଭିନ୍ନରାଜନୈତିକ ଦଳ ବି ସମର୍ଥନ ଜଣାଇଛନ୍ତି । ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନକରାଯ।ଉଛି । ସ୍କୁଲ-କଲେଜ, ଦୋକାନ,ବଜାର, ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି ।ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଯଦି ଆଗାମୀ ଦିନରେ ସରକାର ଓକିଲଙ୍କ ଦାବୀ ପୂରଣ ନକରନ୍ତି ତେବେଅର୍ଥନେତିକ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

{"id":64839,"width":581,"height":436}

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାଦାବିରେ ରାୟଗଡା ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଜିଲ୍ଲା ଓକିଲ ଏହି ବନ୍ଦ ପାଳନ କରିଛନ୍ତି । ଫଳରେ ଦୋକାନ ବଜାର ସ୍କୁଲ କଲେଜ ସମ୍ପୂର୍ଣ୍ଣ ବନ୍ଦ ରହିଛି । ୩୨୬ ଜାତୀୟ ରାଜପଥ ଅବରୋଧଯେ।ଗୁଁ ଶତାଧିକ ଯାନବାହନ ଅଟକି ରହିଛି । ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ବନ୍ଦକୁସମର୍ଥନ କରାଯାଇଛି ।

{"id":64840}

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାଦାବିରେ ନବରଙ୍ଗପୁର ଜିଲ୍ଲା ବନ୍ଦ । ଜିଲ୍ଲା ବାର ଅସୋସିସିଏନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ।ଜିଲ୍ଲା ଓକିଲ ସଂଘ ସଭାପତି ନରସିଂହ ତ୍ରିପାଠୀଙ୍କ ନେତୃତ୍ୱରେ ଓକିଲମାନେ ଏହି ଆନ୍ଦୋଳନରେ ସାମିଲହୋଇଛନ୍ତି । ଓକିଲଙ୍କ ଏହି ବନ୍ଦ ପାଳନ ଯୋଗୁଁ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି । ଏହାସହଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆର୍ଥିକ ଅନଗ୍ରସର ଏହି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେରଖି ଅବିଭକ୍ତ କୋରାପୁଟ ଜିଲ୍ଲାର ଯେକୌଣସି ସ୍ଥାନରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକରିବା ପାଇଁ ଦାବି କରିଛି ଜିଲ୍ଲା ବାର ଆସୋସିସିଏନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.