କଳାହାଣ୍ଡିରେ ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ

Published By : Prameya-News7 Bureau | January 07, 2019 IST

କଳାହାଣ୍ଡି ୭|୧: ଆଜି ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ କରାଯାଇଛି । ପଶ୍ଚିମ ଓଡିଶାର ହାଇକୋର୍ଟ ସ୍ଥାୟୀ ବେଞ୍ଚ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ଦାବି ନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଙ୍ଗଠନ ସମର୍ଥନ ଘୋଷଣା କରି ବନ୍ଦରେ ସାମିଲ ହୋଇଛନ୍ତି । କେବିକେ ଜିଲ୍ଲାର କେନ୍ଦ୍ରସ୍ଥଳୀ ଭାବରେ କଳାହାଣ୍ଡି ଥିବାରୁ ଜସବନ୍ତ କମିଶନଙ୍କ ସୁପାରିସ ତାଲିକା ଅନୁଯାୟୀ କଳାହାଣ୍ଡି ବେଞ୍ଚ ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ ବୋଲି ଓକିଲ ସଂଘ ଦାବି ଜଣାଇ ଆସୁଛି । ଗତ ଡିସେମ୍ବର ୨୪ ତାରିଖରେ ଏହି ଦାବି ନେଇ ଓକିଲ ସଂଘ ସମସ୍ତ କୋର୍ଟ, ସରକାରୀ ଅନୁଷ୍ଠାନ ବନ୍ଦ ଡାକରା ଦେଇଥିବା ବେଳେ ଜିଲ୍ଲାବ୍ୟାପୀ ଏହାର ପ୍ରଭାବ ଦେଖା ଦେଇଥିଲା । ଆଜି ସକାଳୁ ସକାଳୁ ବନ୍ଦ ସମର୍ଥନରେ ଆନ୍ଦୋଳନକାରୀ ପିକେଟିଂ ସହ ରାସ୍ତା ଅବରୋଧ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.