ଆଜି ସବୁ ଜିଲ୍ଲାରେ ୧୨ ଘଣ୍ଟିଆ ଅନଶନ ଡାକରା ଦେଇଛି ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ
2/10/2018 at 9:21 AM

ଭୁବନେଶ୍ବର ୨|୧୦: ଆଜି ଗାନ୍ଧୀ ଜୟନ୍ତୀରେ ସବୁ ଜିଲ୍ଲାରେ ୧୨ ଘଣ୍ଟିଆ ଅନଶନ ଡାକରା ଦେଇଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ଶିକ୍ଷକଙ୍କ ଗଣଧାରଣା ୪୮ ଦିନରେ ପହଞ୍ଚିଛି। ତଥାପି ଦାବି ପୂରଣ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁ ନଥିବାରୁ ୩୦ଟି ଜିଲ୍ଲାର ସଦର ମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରାଜ୍ୟର ୬୦ ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଅନଶନରେ ବସିବେ । ମଞ୍ଚ ପକ୍ଷରୁ ଆହୁରି କୁହାଯାଇଛି ୨୫ରୁ ୩୦ ବର୍ଷ ଧରି ବିନା ଦରମାରେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ କାମ କରୁଛନ୍ତି। ଜିଲ୍ଲାସ୍ତରରେ ୧୨ ଘଣ୍ଟିଆ ଅହୋରାତ୍ର ଗଣଧାରଣା ଦେବା ସହ ଦରକାର ପଡ଼ିଲେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ କାରାବରଣ କରିବାକୁ ପଛାଇବେ ନାହିଁ ବୋଲି କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ କହିଛି ।
Related Posts
ଫେରିବ ତାତି, ୩ ଡିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା
25 May 2022