କବିସୂର୍ଯ୍ୟନଗର ମେଡିକାଲରେ ବିଭିନ୍ନ ସମସ୍ୟା ନେଇ ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ଧାରଣା

Published By : Prameya-News7 Bureau | September 25, 2020 IST

ବ୍ରହ୍ମପୁର ୨୫।୯: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସରକାରୀ ମେଡିକାଲରେ ଲାଗି ରହିଛି ବିଭିନ୍ନ ସମସ୍ୟା । ଅନେକ ବର୍ଷ ଧରି ଏହି ମେଡିକାଲରେ ସ୍ଥାୟୀ ଡାକ୍ତରଟିଏ ନଥିବା ବେଳେ ଗତ କିଛି ଦିନ ତଳେ ଜଣେ ଡାକ୍ତର ନିଯୁକ୍ତି ଓ ପରେ ପରେ ପୁଣି ବଦଳି କରାଯାଇଛି । ଯାହାର ପ୍ରତିବାଦରେ ଆଜି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ମେଡିକାଲ ସମ୍ମୁଖରେ ଧାରଣା ଦିଆଯାଇଛି । ତୁରନ୍ତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମଞ୍ଚ ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.