ହାଇକୋର୍ଟ ବେଞ୍ଚ୍ ସ୍ଥାପନ ଦାବିରେ ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ

Published By : Prameya-News7 Bureau | September 15, 2018 IST

ମୟୁରଭଞ୍ଜ ୧୫|୯: ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ବନ୍ଦ ଡାକରା ଦେଇଛି ଜେଏମଏମ । ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ, ବନ୍ଦ ପଡିଥିବା ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ଜମାକାରୀଙ୍କୁ ଟଙ୍କା ଫେରସ୍ତ ସହିତ ଜିଲ୍ଲାରେ ରେଳପଥର ଉନ୍ନତୀକରଣ ଆଦି ସହ ୩ ଦଫା ଦାବିରେ ବନ୍ଦ ଡାକରା ଦିଆଯାଇଛି । ଏନଏଚ-୧୮, ଏନଏଚ-୪୯ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ରାସ୍ତାରୋକ କରିଛନ୍ତି । ରାଇରଙ୍ଗପୁର, ଉଦଳା ଆଦି ସ୍ଥାନରେ ଜେଏମଏମ କର୍ମୀ ପିକେଟିଂ କରୁଛନ୍ତି । ସହରରେ ଦୋକାନ ବଜାର ସ୍କୁଲ କଲେଜ ସହ ଗାଡି ଚଳାଚଳ ବନ୍ଦ ରହିଛି । ଏହି ବନ୍ଦକୁ ଜିଲ୍ଲା ଓକିଲ ସଂଘ, ସାଧାରଣ ଜନତା ସମର୍ଥନ କରିଛି। ଦାବି ଗୁଡିକ ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ଜେଏମଏମ ହିଂସାତ୍ମକ ରାସ୍ତା ବାଛିବ ବୋଲି ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.