୧୨ ଘଣ୍ଟିଆ ମଦନପୁର ରାମପୁର ବନ୍ଦ, ଜିଲ୍ଲାର ତିନୋଟି ବ୍ଲକକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି

Published By : Prameya-News7 Bureau | December 06, 2021 IST

କଳାହାଣ୍ଡି ୦୬/୧୨: ଆଜି ୧୨ ଘଣ୍ଟିଆ ମଦନପୁର ରାମପୁର ବନ୍ଦ । ମଦନପୁର ରାମପୁର , ନର୍ଲା ଓ କର୍ଲାମୁଣ୍ଡା ବ୍ଲକ୍ କୁ ଜିଲ୍ଲା ର ତୃତୀୟ ରାଜସ୍ୱ ଉପଖଣ୍ଡ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ବନ୍ଦ ଡାକରା । ଭବାନୀପାଟଣା_ମଦନପୁର ରାମପୁର ଯାତାୟାତ ବାଧାପ୍ରାପ୍ତ । ମଦନପୁର ରାମପୁର, ନର୍ଲା ଠାରେ ରାଜ୍ୟ ରାଜପଥକୁ ଅବରୋଧ କରାଯାଇଛି ।

wp:gallery {"ids":[554971],"linkTo":"none"} /wp:gallery

ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରହିବ । ଦୋକାନ ବଜାର, ଗାଡି ମୋଟର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ କୁହାଯାଇଛି । ଆଜି ମଦନପୁର ରାମପୁର କାର୍ଲମୁଣ୍ଡା ନର୍ଲା ଅଞ୍ଚଳରେ ଆଦିବାସୀ ସମୂହ ଏକଜୁଟ ହୋଇ ଦାବି କରିଛନ୍ତି । ଏକ ମାସ ଧରି ରାମପୁର ତହସିଲ ଅଫିସ ନିକଟରେ ଅନଶନ କରିଥିଲେ । ସମସ୍ତ ଦୃଷ୍ଟି କୋଣରୁ ମଦନପୁର ରାମପୁରରେ ରାଜସ୍ୱ ଉପଖଣ୍ଡ କରାଯିବାର ଆବଶ୍ୟକତା ରହିଛି ।

ଏଥିପାଇଁ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ହେଲା ରାଜ୍ୟ ସରକାରଙ୍କୁ ସ୍ଥାନୀୟ ଜନସାଧାରଣ ଦାବି କରି ଆସୁଛନ୍ତି ।ଆବଶ୍ୟକତା ଦୃଷ୍ଟିରୁ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ସବ ଡିଭିଜନ ଘୋଷଣା କରିସାରିଥିବା ବେଳେ ମଦନପୁର ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦେବାକୁ ଦାବି କରାଯାଇଛି । ଆଜି ମଦନପୁର ରାମପୁର, କାର୍ଲମୁଣ୍ଡା, ନର୍ଲା ଅଞ୍ଚଳରେ ଏକଜୁଟ ହୋଇ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.