ଡିଏଫ୍‌ଓ ଅଫିସ୍ ସ୍ଥାନାନ୍ତର ପ୍ରତିବାଦରେ ୧୨ ଘଣ୍ଟିଆ କରଞ୍ଜିଆ ବନ୍ଦ

Published By : Prameya-News7 Bureau | December 27, 2018 IST

କରଞ୍ଜିଆ ୨୭|୧୨:  ଆଜି ୧୨ ଘଣ୍ଟିଆ କରଞ୍ଜିଆ ଉପଖଣ୍ଡ ବନ୍ଦ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଡିଏଫଓ ଅଫିସ ସ୍ଥାନାନ୍ତର ପ୍ରତିବାଦରେ ପାଞ୍ଚପୀଢ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବନ୍ଦରେ ଯଶିପୁର, ରରୁଆଁ, ସୁକ୍ରୁଳି, କରଞ୍ଜିଆ, ଠାକୁରମୁଣ୍ଡା ବ୍ଲକ୍ ସାମିଲ ହୋଇଛନ୍ତି । ବନ୍ଦ ପ୍ରଭାବରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ଜାତୀୟ ରାଜପଥ ୪୯ ନମ୍ବର ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଫଳରେ  ଯାତାୟତ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.