କରଞ୍ଜିଆକୁ ରେଳ ଚଳାଚଳ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ
16/07/2019 at 10:45 AM

କରଞ୍ଜିଆ ୧୬|୭: କରଞ୍ଜିଆକୁ ରେଳ ଚଳାଚଳ ଦାବିରେ ୧୨ ଘଣ୍ଟିଆ କରଞ୍ଜିଆ ବନ୍ଦ ପାଳନ କରାଯାଉଛି । କରଞ୍ଜିଆ ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । କରଞ୍ଜିଆ ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳ ଚଳାଚଳ ପାଇଁ ଦାବି ହୋଇଛି । ବନ୍ଦକୁ ସମର୍ଥନ କରି ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ମଧ୍ୟ ବନ୍ଦ ପାଳନ । ସକାଳ ୬ଟାରୁ ୬ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ବନ୍ଦ ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।