ଝାରସୁଗୁଡା ବନ୍ଦ : ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ୨୪ ଘଣ୍ଟିଆ ସେବା ପ୍ରଦାନ ଦାବିରେ ବନ୍ଦ ପାଳନ

Published By : Prameya-News7 Bureau | August 03, 2019 IST

ଝାରସୁଗୁଡା ୩|୮: ଆଜି ୧୨ ଘଣ୍ଟିଆ  ଝାରସୁଗୁଡା ବନ୍ଦ ।  ବନ୍ଦ ଡାକରା ଦେଇଛି ଜୟ ଭୀମା ଘାସି ସମାଜ। ମଙ୍ଗଳ ବଜାରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ୨୪ ଘଣ୍ଟିଆ ସେବା ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।

{"id":140218}

ବନ୍ଦ ଯୋଗୁଁ ଆଜି ସକାଳୁ ଝାରସୁଗୁଡା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ବେଳେ ଯାନବାହନ ଚଳାଚଳ ବନ୍ଦ ରହିଛି।ଯଦିଓ ଏହି ବାଣ୍ଡରୁ ଶିକ୍ଷା ଅନୁଷ୍ଠାନ ସହ ଜରିରୀ ସେବାକୁ ମୁକ୍ତ ରଖାଯାଇଛି ତଥାପି ଅନେକ ସ୍କୁଲ ଆଜି ଛୁଟି ଘୋଷଣା କରିଛନ୍ତି। ଆଜି ସକାଳୁ ବନ୍ଦ ସମର୍ଥକମାନେ ସହରରର ବସଷ୍ଟାଣ୍ଡ, ଷ୍ଟେସନ ଛକ, ଝଣ୍ଡାଛକ, ସରବାହଲ ସମେତ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି।

{"id":140219}

ଗତ ଶନିବାର ଦିନ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତର ଅବହେଳା ଯୋଗୁଁ ଗୋଟିଏ ୯ ମାସର ଶିଶୁର ମୃତ୍ୟୁ ପରେ ଘାସି ସମାଜ ଆନ୍ଦୋଳନ ମୁହାଁ ହୋଇଛି। ଏହି ପ୍ରସଙ୍ଗରେ ଜରୁରୀ  ବୈଠକ ଡକାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଆଜି ଅପରାହ୍ନ ସାଢେ ୩ଟାରେ ସଚିବାଳୟରେ ବୈଠକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.