ଟୋଲ୍ ଫି ଆଦାୟକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ
15/11/2019 at 10:12 AM

ଝାରସୁଗୁଡା ୧୫।୧୧: ଟୋଲ୍ ଫି ଆଦାୟକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ କରାଯାଇଛି। ନୂଆଡ଼ିହିଠାରେ ରହିଥିବା ବିବାଦୀୟ ଜାତୀୟ ରାଜପଥ ବିଭାଗର ଟୋଲ ଗେଟକୁ ପୁନର୍ବାର ଚାଲୁ କରିବା ପ୍ରତିବାଦରେ ଆଜି ବ୍ରଜରାଜନଗର ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା ।

ଏହି ବନ୍ଦ ଡ଼ାକରାରେ ପ୍ରଭାବରେ ମୁଖ୍ୟ ମାର୍କେଟ, ଇଏସଆଇ ଛକ, ଗାନ୍ଧି ଛକ, ମଣ୍ଡଳିଆ ପ୍ରଭୃତି ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ସହରର ଆଖାପାଖ ଅଞ୍ଚଳରେ ରହିଥିବା ସ୍କୁଲ ଓ ବ୍ରଜରାଜନଗର କଲେଜ ବନ୍ଦ ରହିଛି ।

ଯାନବାହନ ଚଳାଚଳ ସ୍ବାଭାବିକ ରହିଥିବା ବେଳେ କୋଇଲା ପରିବହନ ବନ୍ଦ ରହିଛି। ଏମସିଏଲର ଅଫିସ ମଧ୍ୟ ବନ୍ଦ ରହିଛି।ସ୍ଥାନୀୟ ଜନତା ଓ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନେ ବନ୍ଦକୁ ସଫଳ କରାଇବା ପାଇଁ ପିକେଟିଂ କରୁଛନ୍ତି।
Related Posts
ଶିକାରୀ ଫାଶରେ ପଡିଲା ହରିଣ, ଜଣକୁ ଅଟକ ରଖିଲା ବନ ବିଭାଗ
8 March 2021