ଆଜି ୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ, ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ବନ୍ଦ ଡାକରା

Published By : Prameya-News7 Bureau | January 21, 2020 IST

ବୌଦ୍ଧ ୨୧।୧: ଆଜି ୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ । ବନ୍ଦ ଡାକରା ଦେଇଛି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି । ଫଳରେ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଏବଂ କଂଟାମାଳ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ସହ ଦୋକାନ ବଜାର ଏବଂ ଯାନବାହାନ ଚଳାଚଳ ଠପ୍ ହୋଇପଡିଛି ।

{"id":214044,"sizeSlug":"large"}

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପର ସର୍ବାଧିକ ୧୧୦ କି.ମି. ରେଳପଥ ବୌଦ୍ଧ ଜିଲ୍ଲା ଦେଇ ନିର୍ମାଣ ହେବାକୁ ଥିବା ବେଳେ ୯୮ଟି ରାଜସ୍ବ ଗ୍ରାମରୁ ୨୨୮୬ ଏକର ବେସରକାରୀ କୃଷି ଜମି ଅଧିଗ୍ରହଣ କରାଯିବ । ଯାହା ଫଳରେ ପ୍ରାୟ ୫ ହଜାରରୁ ଅଧିକ ଚାଷୀଙ୍କ ଜୀବନ ଜୀବିକା ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ । ତେବେ ଚାଷ ଜମିର ବର୍ତ୍ତମାନର ବର୍ଦ୍ଧିତ ଦରକୁ ନେଇ ଜମି ମାଲିକଙ୍କୁ କ୍ଷତି ପୂରଣ ଦେବା ପାଇଁ ବାରମ୍ବାର ଦାବି ହୋଇଆସୁଛି । ହେଲେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।

{"id":214045,"sizeSlug":"large"}

ଅନ୍ୟପଟେ କ୍ଷୟକ୍ଷତି ମାମଲାର ବିଚାର ପାଇଁ ବୌଦ୍ଧଠାରେ କୋର୍ଟ ଅଫ୍ ଅଥରିଟିର କ୍ୟାମ୍ପ ପ୍ରତି ମାସରେ କରିବା ଦାବି କରାଯାଇ ଆଜି ବାଧ୍ୟ ହୋଇ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ଏହି ବନ୍ଦ ଡାକରା ଦେଇଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ବଳେ ବୌଦ୍ଧ ସହରର ପ୍ରତ୍ୟେକ ଛଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.