ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ବରପାଲିରେ ୧୨ଘଣ୍ଟିଆ ବନ୍ଦ ପାଳନ

Published By : Prameya-News7 Bureau | December 28, 2018 IST

ବରପାଲି ୨୮|୧୨:  ବରଗଡ ଜିଲ୍ଲା ବରପାଲିରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ । ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ବନ୍ଦ ଡାକରା ଦିଆଯାଇଛି । ଦାବି ପୂରଣ ପାଇଁ ୧୦ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି ନାଗରିକ କମିଟି । ସ୍କୁଲ କଲେଜ, ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିଛି । ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ପ୍ରଭାବିତ ହୋଇଛି ।

{"id":67880}

ପୂର୍ବରୁ ସ୍ଥାୟୀ ଡାକ୍ତର ନିଯୁକ୍ତି ନେଇ ବାରମ୍ବାର ଦାବି କରି ଆସୁଥିଲେ । ଖୁବଶୀଘ୍ର ଦାବି ପୂରଣ ହେବ ବୋଲି ସିଡିଏମଓ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ତେବେ କୌଣସି ସୁଫଳ ନମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଛି କମିଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.