ନୀଳଗିରିରେ ମମିତା ମୃତ୍ୟୁ ତାତି, ରାଜରାସ୍ତାରେ ବିଜେପି

Published By : Prameya-News7 Bureau | October 30, 2021 IST

ନୀଳଗିରି ୩୦।୧୦ : ଥମୁନି ମମିତା ମେହେର ହତ୍ୟା ତାତି । ମମିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ହତ୍ୟାକାଣ୍ଡର ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ  ବହିଷ୍କାର ଦାବିରେ ବାଲେଶ୍ଵର ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସେପଟେ ନୀଳଗିରି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

 ୧୯ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ବିଜେପି କର୍ମୀ । ଏହା ଫଳରେ ସହରରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟ, ମହାବିଦ୍ୟାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ବାଲେଶ୍ୱର ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଓ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ  ଶତାଧିକ ବିଜେପି କର୍ମୀଙ୍କ ଏହି ଆନ୍ଦୋଳନ କରିଛନ୍ତି । କିନ୍ତୁ ଏହି ପ୍ରତିବାଦରେ ନୀଳଗିରି ବିଜେପି ବିଧାୟକ ଯୋଗ ଦେଇନଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.