୪ ଦଫା ଦାବି ନେଇ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ

Published By : Prameya-News7 Bureau | March 11, 2019 IST

ବୀରମହାରାଜପୁର ୧୧|୩ : ସୁବର୍ଣ୍ଣପୁର ଜିଲ୍ଲା ଚାଷୀମାନଙ୍କର ବିଭିନ୍ନ ସସମ୍ୟା ନେଇ ଆଜି ବୀରମହାରାଜପୁର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବୀରମହାରାଜପୁର କୃଷକ ସଙ୍ଗଠନ କୃଷକ ବିକାଶ ପରିଷଦ । ଚାଷୀମାନଙ୍କର ୪ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି  ।

{"id":92403}

ହରିହରଯୋର ମୁଖ୍ୟ କେନାଲର ଉନ୍ନତ କରଣ ଖର୍ଚ୍ଚ ହୋଇଥିବା ୩୫କୋଟି ଟଙ୍କାର ଦୁର୍ନିତୀର ଭିଜିଲାନ୍ସ ତଦନ୍ତ, ହରିହର ଯୋର ବାମ ପାର୍ଶ୍ବ କେନାଲ ଶୀଘ୍ର ନିର୍ମାଣ, ବିନା ଜଳସେଚନରେ ଚାଷୀମାନଙ୍କଠାରୁ ନିଆଯାଇଥିବା ଜଳକର ଛାଡ, ମରୁଡି ଏବଂ ଚକଡା କ୍ଷତି ପୂରଣ ତୁରନ୍ତ ପ୍ରଦାନ ଆଦି ୪ ଟି ମୁଖ୍ୟ ଦାବି ନେଇ ବୀରମହାରାଜପୁର ବନ୍ଦ ଡାକରା ଦେଇଛି କୃଷକ ବିକାଶ ପରିଷଦ ।

{"id":92404}

ବନ୍ଦ ଯୋଗୁଁ ବୀରମହାରାଜପୁର ଗାଡି ମଟର ଚଳାଚଳ ବନ୍ଦ ରହିଛି  । ଦୋକାନ ବଜାର ମଧ୍ୟ ବନ୍ଦ ରହିଛି  । ଚାଷୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଗାଡିମଟର ବନ୍ଦ କରିଛନ୍ତି  । ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.