ରେଙ୍ଗାଲିଠାରେ ଟ୍ରେନ୍ ରହଣୀ ଦାବିରେ ରେଳରୋକ ସହ ୧୨ ଘଣ୍ଟିଆ ବନ୍ଦ ପାଳନ
8/01/2021 at 9:17 AM

ସମ୍ବଲପୁର ୮।୧: ସମ୍ବଲପୁର ରେଙ୍ଗାଲିଠାରେ ଧାନବାଦ-ଏଲଏପି ଟ୍ରେନ୍ ରହଣୀ ଦାବିରେ ରେଳରୋକ ସହ ୧୨ ଘଣ୍ଟିଆ ରେଙ୍ଗାଲି ବନ୍ଦ ଡାକରା ଦେଇଛି ନାଗରିକ କ୍ରିୟାନୁଷ୍ଠାନ କମିଟି । ଏନେଇ ଆଜି ରେଙ୍ଗାଲିଠାରେ ରେଳ ରୋକ କରାଯିବା ସହ ରେଙ୍ଗାଲି ବନ୍ଦ କରାଯାଇଛି । ସକାଳୁ ସକାଳୁ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଙ୍ଗାଲି ବନ୍ଦ କରାଯିବା ସହ ରେଙ୍ଗାଲି ଷ୍ଟେସନଠାରେ ରେଳ ଅଟକାଯାଇଛି ।

ପୂର୍ବରୁ ରେଙ୍ଗାଲିଠାରେ ଧାନବାଦ-ଏଲଏପି ଟ୍ରେନ୍ ଷ୍ଟପେଜ ଥିଲା । ହେଲେ ଲକଡାଉନ ପରେ ରହଣି ବନ୍ଦ କରିବାରୁ ଅସନ୍ତୋଷ ଜାହିର କରିଛନ୍ତି ରେଙ୍ଗାଲିବାସୀ । ଏହା ପୂର୍ବରୁ ଡିଆରଏମଙ୍କୁ ଭେଟି ଦାବି ଜଣାଇଥିଲେ । ହେଲେ ସୁଫଳ ନମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଛି ନାଗରିକ କ୍ରିୟାନୁଷ୍ଠାନ କମିଟି ।
Related Posts
ସେକ୍ସ ରାକେଟ୍ର ପର୍ଦ୍ଦାଫାଶ: ରାଣୀ ମହୁମାଛି ସହ ୨ ଦେହଜୀବୀ ଗିରଫ
20 January 2021
ରାସ୍ତା ପାର ହେବା ବେଳେ ଚାପି ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଯୁବତୀ
20 January 2021
ସମ୍ ହସ୍ପିଟାଲ୍ରେ ଜାରି ରହିଛି ଶତ ପ୍ରତିଶତ ଟୀକାକରଣ
20 January 2021