ଟିଟିଲାଗଡ଼କୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ

Published By : Prameya-News7 Bureau | February 05, 2019 IST

ଟିଟିଲାଗଡ ୫|୧: ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ । ଟିଟିଲାଗଡ଼କୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି କ୍ରୀୟାନୁଷ୍ଠାନ କମିଟି । ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତ ସରକାରୀ ଓ ବେସରକାରୀ ଅଫିସରେ ତାଲା ଝୁଲୁଛି । ଆନ୍ଦୋଳନକାରୀ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି ।

{"id":81990}

ଟିଟିଲାଗଡକୁ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଦାବିରେ ଦୀର୍ଘ ୨୫ ବର୍ଷ ଧରି ଆନ୍ଦୋଳନ କରିଆସୁଛନ୍ତି ଟିଟିଲାଗଡ ବାସୀ । ହେଲେ ଏବେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନି । ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ୯୬ ଦିନ ଧରି ଆନ୍ଦୋଳନରେ ବସିଛି କ୍ରିୟାନୁଷ୍ଠାନ କମିଟି ।  ଅଘଟଣ ଆଶଙ୍କାରେ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.