Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ନୂତନ ଜିଲ୍ଲା ଦାବିରେ ୧୨ଘଣ୍ଟିଆ ବାମନଘାଟି ଉପଖଣ୍ଡ ବନ୍ଦ

3/01/2019 at 10:55 AM

ରାଇରଙ୍ଗପୁର ୦୩|୦୧: ପଶ୍ଚିମ ମୟୁରଭଞ୍ଜ ନୂତନ ଜିଲ୍ଲା ଦାବିକୁ ନେଇ ବାମନଘାଟି ଉପଖଣ୍ଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଏହି ବନ୍ଦ ପାଳନ କରାଯାଉଛି। ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ୨୨୦କୁ ରାଇରଙ୍ଗପୁରଠାରେ ଓ କଲିକତା-ମୁମ୍ବାଇ ଜାତୀୟ ରାଜପଥ ୪୯କୁ ବିଶୋଇଠାରେ ଅବରୋଧ କରି ଆନ୍ଦୋଳକାରୀ ପିକେଟିଂ କରୁଛନ୍ତି। ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଉପଖଣ୍ଡର ସମସ୍ତ ପେଟ୍ରୋଲ ପମ୍ପ୍, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିଛି। କିନ୍ତୁ ମହାବିଦ୍ୟାଳରେ ଚାଲିଥିବା ପରୀକ୍ଷାକୁ ବନ୍ଦରୁ ବାଦ ଦିଆଯାଇଛି।

   Related Posts