Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲିଆପାଳ ଥାନା ଅଧିକାରୀଙ୍କୁ ମାଡ ଘଟଣା : ୧୨ ଜଣଙ୍କୁ ଉଠାଇ ନେଲା ପୋଲିସ

1/08/2019 at 9:38 AM

ଜଳେଶ୍ବର ୧|୮: ଜଳେଶ୍ବର ବାଲିଆପାଳ ଥାନା ଅଧିକାରୀଙ୍କୁ ମାଡ ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ କରି ୧୨ ଜଣଙ୍କୁ ଉଠାଇ ନେଲା ପୋଲିସ । ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ବାଲିଆପାଳ ପୋଲିସ । ଘଟଣାରେ ଏଚଆରପିସି ଟିମ୍ ତଦନ୍ତ କରୁଛନ୍ତି ।

ଗତ ୨୬ ତାରିଖରେ ଢାବାରେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ପୋଲିସକୁ ମାଡ ମାରିବା ସହ ଢାବା ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ । ଘଟଣାସ୍ଥଳକୁ ବିଳମ୍ବରେ ପହଞ୍ଚିବା ନେଇ ଆଇଆଇସିକୁ ମଧ୍ୟ ଗୋଡେଇ ଗୋଡେଇ ପିଟିଥିଲେ ।

ଉଲୁଡା ଗାଁର ବିଜୟ ଦଳାଇ ଦିର୍ଘଦିନ ହେଲା ଏହି ଢ଼ାବାରେ କାମ କରୁଥିଲେ । ଗତ ୨୫ତାରିଖ ବିଳମ୍ବିତ ରାତିରେ ଢ଼ାବାର ଅନ୍ୟ କର୍ମଚାରୀମାନେ ବିଜୟର ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ବିଳମ୍ବରେ ପହଞ୍ଚିଥିଲା । ଫଳରେ ପୋଲିସକୁ ଘେରି ଯାଇଥିଲେ ଲୋକେ ।

   Related Posts