ସ୍କୁଲ୍‌ରେ ପଶିଲା କରୋନା, ୧୨ ଜଣ ଛାତ୍ରୀ କୋଭିଡ୍‌ ସଂକ୍ରମିତ

Published By : Prameya-News7 Bureau | March 01, 2021 IST

ହାଇଦ୍ରାବାଦ, ୦୧/୦୩: କରୋନା କାରଣରୁ ବହୁତ ଦିନ ଧରି ସ୍କୁଲ୍‌, କଲେଜ୍‌ ବନ୍ଦ ରହିଛି । କିଛିଦିନ ତଳେ ତେଲେଙ୍ଗାନା ସରକାର ପୁନର୍ବାର ସ୍କୁଲ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲ୍‌ ଖୋଲିବା ପରେ ତେଲେଙ୍ଗାନାର ସଙ୍ଗାରେଡ୍ଡୀ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରୁ ୧୨ ଜଣ ଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଛାତ୍ରୀମାନେ ୬ ଦିନ ପୂର୍ବରୁ ହଷ୍ଟେଲ୍‌କୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ନବମ, ଦଶମ ଏବଂ ଇଣ୍ଟରମିଡିଏଟ୍‌ର କିଛି ଛାତ୍ରୀ କରୋନାରେ ପିଜିଟିଭ୍‌ ହୋଇଥିବା ଜଣାପଡ଼ିଛି । ଜଣେ ଛାତ୍ରୀଙ୍କଠାରେ ଲକ୍ଷଣ ପରିଲିକ୍ଷିତ ହେବାପରେ ୧୫୦ ଜଣ ଛାତ୍ରୀଙ୍କର ରାପିଡ୍‌ ଟେଷ୍ଟ କରାଯାଇଥିଲା । ସେମାନଙ୍କ ଭିତରୁ ୧୨ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି ।

ତେବେ ଏହାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ଜଣେ ଛାତ୍ରୀଙ୍କୁ ଖୁବ୍‌ ଜୋର୍‌ରେ ଥଣ୍ଡା ହୋଇଥିଲା ଏବଂ ସେ ନିଶ୍ୱସ-ପ୍ରଶ୍ୱସରେ ବାଧା ହେଉଥିବା ଜଣାଇଥିଲା । ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଛାତ୍ରୀ ଜଣଙ୍କର କୋଭିଡ୍‌ ଟେଷ୍ଟ କରାଇଥିଲେ । ଏହାର ରିପୋର୍ଟ ପଜିଟିଭ୍‌ ଆସିବା ପରେ ଅନ୍ୟଛାତ୍ରୀମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା ।

ଏହି ଘଟଣା ପରେ ଶିକ୍ଷକମାନେ ଛାତ୍ରୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି । ଛାତ୍ରୀଙ୍କୁ ଭୟଭୀତ ନହେବା ପାଇଁ କୁହାଯାଇଛି । ଏହି ଖବର ଶୁଣିବା ପରେ କିଛି ଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳକୁ ଆସି ଏ ସମ୍ପର୍କରେ ବୁଝାବୁଝି କରିଥିବା ବେଳେ କୋଭିଡ୍‌ ସଂକ୍ରମିତଙ୍କୁ କରୋନା କିଟ୍‌ ଦେଇ ଘରକୁ ଛାଡ଼ିବାକୁ କହିଛନ୍ତି । ଯେମିତିକି ସେମାନେ ଘରୋଇ ସଙ୍ଗରୋଧରେ ରହିପାରିବେ । ତେବେ ଆଧିକାରୀକ ସୂତ୍ରରୁ ସମସ୍ତ ଗାଇଡ୍‌ଲାଇନ୍‌ର ପାଳନ କରିଯାଉଥିବା ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.