Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୧୫ ମୃତ
  • ||
  • ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍
  • ||
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||

ସୈନିକ ସ୍କୁଲରେ ପ୍ରଥମ ଥର ଭର୍ତ୍ତି ହେଲେ ୧୨ଜଣ ଝିଅ, ଦକ୍ଷତାରେ ପଛରେ ପକାଇଲେ ପୁଅଙ୍କୁ

18/11/2019 at 5:04 PM

ଦୁଇ ବର୍ଷ ପୂର୍ବରୁ ସୈନିକ ସ୍କୁଲରେ କେବଳ ପୁଅମାନଙ୍କୁ ଏଡମିଶନ ମିଳୁଥିଲା। ହେଲେ ୨୦୧୭ ମସିହାରେ ମିଜୋରାମର ଛିଙ୍ଗଛିପ ସୈନିକ ସ୍କୁଲରେ ପ୍ରଥମ ଥର ପାଇଁ ଝିଅମାନଙ୍କ ପାଇଁ ୧୦ ପ୍ରତିଶତ ସିଟ୍‌ ରିଜର୍ଭ କରାଯାଇଥିଲା। ୨୦୧୮ ମସିହାରେ ୬ଜଣ ଝିଅଙ୍କୁ ଆଡମିଶନ ମିଳିଥିଲା। ୨୦୧୯ ମସିହାରେ ୧୨ ଜଣ ଝିଅ ଆଡମିଶନ ନେଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ସେନା ଅଧିକାରୀଙ୍କ ଝିଅ । ପ୍ରକୃତରେ ସୈନିକ ସ୍କୁଲରେ ଝିଅମାନଙ୍କୁ ଆଡମିଶନ ଦେବା ରକ୍ଷା ମନ୍ତ୍ରାଳୟଙ୍କର ପାୟଲଟ ପ୍ରୋଜେକ୍ଟ ଥିଲା। ସେ ଦେଖିବାକୁ ଚାହୁଁଥିଲେ ଯେ, ଏଥିରେ ଝିଅମାନଙ୍କ ପ୍ରଦର୍ଶନ କେମିତି ରହୁଛି।

– ୨୦୧୯-୨୦୨୦ ଶିକ୍ଷାବର୍ଷରେ ଯେଉଁ ୬ଜଣ ଝିଅଙ୍କର ଆଡମିଶନ ହୋଇଥିଲା ସେମାନଙ୍କ ମଧ୍ୟରୁ ୩ ଜଣ ମିଜୋରାମର, ୨ ଜଣ ବିହାରରୁ ଓ ଜଣେ କେରଳର ଥିଲେ। ଏହି ଝିଅମାନେ ପାଠପଢା ସହ ଖେଳରେ ମଧ୍ୟ ପୁଅପିଲାଙ୍କ ମୁକାବିଲାରେ ଆଗରେ ଅଛନ୍ତି।

– ସ୍କୁଲର ପ୍ରଧାନ ଶିକ୍ଷକ କର୍ଣ୍ଣଲ ୟୁପିଏସ ରାଠୌରଙ୍କ ଅନୁସାରେ ଏହି ଝିଅମାନେ ସବୁ କ୍ଷେତ୍ରରେ ପୁଅମାନଙ୍କଠାରୁ ଆଗରେ ଅଛନ୍ତି। ପ୍ରଶିକ୍ଷଣ ଉଭୟ ପୁଅ ଓ ଝିଅଙ୍କୁ ଦିଆଯାଏ । ହେଲେ ପ୍ରଥମଥର ପାଇଁ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି। ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ହଷ୍ଟେଲ ରହିଛି ଓ ୱାର୍ଡେନ ମଧ୍ୟ ଅଲଗା। ସ୍କୁଲରେ ସିସିଟିଭି କ୍ୟାମେରା ମଧ୍ୟ ଲାଗିଛି।

   Related Posts