Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ୠଷିକୂଲ୍ୟା ମୁହାଣରୁ ଟ୍ରଲର ଜବତ, ୧୨ ଗିରଫ

23/12/2020 at 12:15 PM

ବ୍ରହ୍ମପୁର ୨୩।୧୨: ୠଷିକୂଲ୍ୟା ମୁହାଣରୁ ଗୋଟିଏ ଟ୍ରଲର ଜବତ ହୋଇଛି । ଏହା ସହିତ ୧୨ଜଣଙ୍କ ଗିରଫ କରାଯାଇଛି । ବେଆଇନ୍‌ ଜୋନ୍‌ରେ ଟ୍ରଲର ପ୍ରଚଳନ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଖବର ଅନୁଯାୟୀ, ସମୁଦ୍ରରେ ବିରଳ ପ୍ରଜାତିର ଅଲିଭ୍‌ ରିଡ୍‌ଲେଙ୍କ ମିଳନ ଚାଲିଥିବା ନେଇ ଟ୍ରଲର ପ୍ରଚଳନ ନେଇ କଟକଣା ଜାରି ରହିଛି । ତେଣୁ ନିଷିଦ୍ଧାଞ୍ଚଳରେ ଯଦି କେହି ପ୍ରବେଶ କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସୂଚନା ରହିଥିଲା । ଏସବୁ ସତ୍ତ୍ୱେ ଆଜି ୠଷିକୁଲ୍ୟା ମୁହାଣର ଗୋଟିଏ ଟ୍ରଲର ପ୍ରବେଶ କରିଥିଲା । ବେଆଇନ୍ ଜୋନ୍‌ରେ ଟ୍ରଲର ପ୍ରବେଶ କରିବା ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସଂପୃକ୍ତ ଟ୍ରଲରକୁ ଜବତ କରିବା ସହ ୧୨ଜଣଙ୍କୁ ଗିରଫ କରାଯାଇଛି । ତେବେ ଉକ୍ତ ଟ୍ରଲରଟି ପାରାଦୀପର ବୋଲି ସୂଚନା ରହିଛି ।

   Related Posts