Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଗଦ ଟଙ୍କା ସହ ୧୨ ଜୁଆଡି ଗିରଫ…

ଗଞ୍ଜାମ,୨୫|୦୨: ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସମୟରେ ପୋଲିସ ଜୁଆ ଆଡ୍ଡା ଉପରେ ଚଢାଉ କରି ଜୁଆଡିଙ୍କୁ ଗିରଫ କରୁଛି। ଆଜି ମଧ୍ୟ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳରେ ପୋଲିସ ଚଢାଉ କରି ଜୁଆଡିଙ୍କୁ ଗିରଫ କରିଛି।

ଆଜି ପୋଲିସକୁ ପୁରୁଷୋତ୍ତମପୁରରେ ଜୁଆ ଆଡ୍ଡା ଚାଲିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ପୋଲିସ ଚଢାଉ କରି ୧୨ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କଠୁ ନଗଦ ୨୦, ୯୪୦ ଟଙ୍କା ଜବତ କରାଯିବା ସହ ୪ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି।

   Related Posts